ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଘଟଣାରେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ରହିଛି। ଏଠାରେ ୧୨୪ ଲୋକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେଇଛି। ଗୁରୁବାର ୨ ନୂଆ ସଂକ୍ରମିତ ମୁମ୍ବାଇ ଏବଂ ଥାଣେରେ ଚିହ୍ନଟ ହୋଇଛନ୍ତି। ବୁଧବାର ମହାରାଷ୍ଟ୍ରରେ ଏଠାରେ ୧୦୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି କେରଳରେ ୧୦୯ ଜଣ, କର୍ନାଟକରେ ୪୨, ଉତ୍ତରପ୍ରଦେଶରେ ୩୫ ଏବଂ ତେଲେଙ୍ଗାନାରେ ସଂକ୍ରମିତଙ୍କ ସଂଖ୍ୟା ୩୫ ରହିଥିଲା। ରାଜସ୍ତାନରେ ୩୨ ଏବଂ ଗୁଜରାଟରେ ୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।