ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ: ୧,୧୪୦ ପୋଲିସ ସଂକ୍ରମିତ

ମୁମ୍ବାଇ,୧୬।୫: ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଥିବା ପୋଲିସ ମଧ୍ୟ ଏଥିରୁ ବାଦ୍‌ ପିଡିନି। ଶନିବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ୧,୧୪୦ ପୋଲିସ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୮୬୨ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୬୮ ଜଣ ସୁସ୍ଥ ହୋଇ ସାରିଲେଣି ଓ ୧୦ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଲାଣି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୦୦ରେ ପହଞ୍ଚିଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ରହିଛି ୮୫,୯୪୦। ତେବେ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଏହା ସେଠାକାର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି।

Share