Categories: ଜାତୀୟ

ମହାରାଷ୍ଟ୍ରରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ

ପୁଣେ,୨୬ା୧୨(ଏଏଫ୍‌ପି): ମହାରାଷ୍ଟ୍ରରେ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ମିଆଦୀ କୃଷିଋଣ ଛାଡ଼ କରିବ ବୋଲି ତାଙ୍କ ସରକାର ପୂର୍ବରୁ ଘୋଷଣା କରିଥିଲା। ଚାଷୀଙ୍କୁ ତୁରନ୍ତ ଆଶ୍ୱସ୍ତ କରିବା ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯାଇଛି। କିନ୍ତୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ କରାଯିବ ବୋଲି ଠାକ୍‌ରେ କହିଛନ୍ତି।

Share