ମୁମ୍ବାଇ,୧୬।୨: ମହାରାଷ୍ଟ୍ରରେ ଜନସାଧାରଣଙ୍କର ହିତ ପାଇଁ ନୁହେଁ ବରଂ କ୍ଷମତା ଲୋଭରେ ମେଣ୍ଟ ସରକାର ଗଠନ କରାଯାଇଛି। ଲୋକଙ୍କ କଲ୍ୟାଣ ଓ ବିକାଶକୁ ଦୃଷ୍ଟିରେ ରଖି ଏହି ମେଣ୍ଟ ସରକାର ଗଠନ କରାଯାଇ ନାହିଁ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏଭଳି କହିଛନ୍ତି। ଶିବସେନା, କଂଗ୍ରେସ ଏବଂ ଏନ୍ସିପି ମଧ୍ୟରେ ଅବାସ୍ତବିକ ତଥା ଅପ୍ରାକୃତିକ ମେଣ୍ଟ ହୋଇଛି। ମେଣ୍ଟର ପ୍ରତିଟି ଅଂଶୀଦାର ନିଜ ନିଜର ରାଜନୈତିକ ଲାଭକୁ ଦୃଷ୍ଟିରେ ରଖି ସରକାରରେ ସାମିଲ ହୋଇଥିବା ସେ କହିଛନ୍ତି।