ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୧ ନୂଆରୋଗୀ, ସଂକ୍ରମିତଙ୍କ ସଂଖ୍ୟା ୨,୪୫୫

ମୁମ୍ବାଇ,୧୪।୪: ଚିନ୍ତା ବଢାଉଛି କରୋନା ଭାଇରସ। ମହାରାଷ୍ଟ୍ରରେ ଏହା ବେଳକୁ ବେଳ ବଢିବାରେ ଲାଗିଥିବାରୁ ଉଦ୍ଧବ ଠାକରେ ସରକାରଙ୍କ ନିଦ ହଜାଇ ସାରିଲାଣି ଏହି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୨୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୨,୪୫୫ରେ ପହଞ୍ଚିଥିବା କହିଛି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଅନ୍ୟପଟେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖା ୧୦ ହଜାର ଅତିକ୍ରମ କରିଥିବାରୁ ଏଥିରେ ଲଗାମ ଲଗାଇବାକୁ ଯେମିତି ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ମଙ୍ଗଳବାର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ଦେଶ ଯେ ସଙ୍କଟ ପରିସ୍ଥିତି ଦେଇ ଗତି କରୁଛି ତାହା ସହଜରେ ଅନୁମାନ କରାଯାଇପାରେ।

Share