ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା :ଭାଜପା ୧୪୪, ଶିବସେନା ୧୨୬

ନୂଆଦିଲ୍ଲୀ,୨୭।୯:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଓ ଶିବସେନା ଏକାଠି ମିଶି ନିର୍ବାଚନ ଲଢୁଥିବାବେଳେ ଗୁରୁବାର ଏମାନଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଡ଼ିଛି। ମୋଟ ୨୮୮ ଆସନ ମଧ୍ୟରୁ ଭାଜପା ୧୪୪ ଓ ଶିବସେନା ୧୨୬ ଆସନରେ ସେମାନଙ୍କ ପ୍ରାର୍ଥୀ ଦେବା ଲାଗି ନିଷ୍ପତ୍ତି ହୋଇଛି। ଛୋଟ ଛୋଟ ଦଳଗୁଡ଼ିକ ଲାଗି ୧୮ ଆସନ ଛଡ଼ାଯାଇଛି। ଉପମୁଖ୍ୟମନ୍ତ୍ରୀ ପଦ ଶିବସେନାକୁ ମିଳିବ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ଲାଗି ଭୋଟ ହେବାକୁ ଥିବାବେଳେ ୨୪ରେ ଫଳାଫଳ ପ୍ରକାଶ ପାଇବ।
ମୁମ୍ବାଇସ୍ଥିତି ଦଳୀୟ ମୁଖ୍ୟାଳୟରେ ଗୁରୁବାର ପୂର୍ବାହ୍ନରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିଥିଲା। ଏଥିରେ ଭାଜପା କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ସହ ଦଳର କୋର୍‌ କମିଟି ସଦସ୍ୟ ଉପସ୍ଥିତ ଥିଲେ।

Share