Categories: ଜାତୀୟ

ମହାରାଷ୍ଟ୍ରରେ ବଢ଼ିଲା ରାଜନୈତିକ ଉଷ୍ଣତା: ଶିବସେନା ଧରିବ ହାତ-ଘଣ୍ଟା !

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ପଦ୍ମ ଘୁଞ୍ଚିବାରେ ଲାଗିଛି। ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଦଳ ପାଖରେ କୁହୁକ ସଂଖ୍ୟା ଛୁଇଁବା ପାଇଁ ଆବଶ୍ୟକ ବିଧାୟକଙ୍କ ଅଭାବ ରହିଛି। ଭାଜପା ପାଖରେ ୧୦୫ ବିଧାୟକ ରହିଛନ୍ତି। ରାଜ୍ୟ ବିଧାନସଭାର ମୋଟ ବିଧାୟକ ସଂଖ୍ୟା ୨୮୮। ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏପରିସ୍ଥଳେ ଭାଜପା ଆଶା ଏବଂ ଆଶଙ୍କା ମଧ୍ୟରେ ରହିଛି। ଅପରପକ୍ଷରେ ଶିବସେନା କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଶାସନ ଡୋର ଧରିବା ପାଇଁ ଯୋଜନା କରିଛି। ଶିବସେନା ପାଖରେ ୫୬ ବିଧାୟକ ଥିବାବେଳେ ଏନ୍‌ସିପି ପାଖରେ ୫୪ ଏବଂ କଂଗ୍ରେସ ପାଖରେ ୪୪ ଜଣ ବିଧାୟକ ରହିଛନ୍ତି। ଏନ୍‌ସିପି ସହିତ ଶିବସେନା ଯୋଗାଯୋଗ କରିଥିବାବେଳେ କଂଗ୍ରେସ ସହିତ କଥାବାର୍ତ୍ତା କରାଯିବ ବୋଲି ଦଳ ପକ୍ଷରୁ ସଙ୍କେତ ଦିଆଯାଇଛି।

Share