ମହାରାଷ୍ଟ୍ରରେ ବେଲଗାମ ହେଉଛି କରୋନା: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ,୧୨।୬: ସାରା ବିଶ୍ୱରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅତ୍ୟଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ପାଇଁ ଏବେ ଚିନ୍ତା ବଢ଼ାଇ ଦେଇଛି। ଶୁକ୍ରବାର ମହାରାଷ୍ଟ୍ରରେ ୩୪୯୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ସୂଚନା ମୁତାବକ ନୂଆ ଚିହ୍ନଟଙ୍କୁ ମିଶାଇ ମହାରାଷ୍ଟ୍ରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧,୦୧,୧୪୧ ପହଞ୍ଚିଛି। ସେଥିମଧ୍ୟରୁ ୪୭,୭୯୩ ଜଣ ସୁସ୍ଥ ଓ ୩୭୧୭ ଲୋକଙ୍କ ମୃତ୍ୟୁ ଘଟିସାରିଛି।

Share