Categories: ଜାତୀୟ

ମହାରାଷ୍ଟ୍ରରେ ଭାଜପା ସରକାର ଗଠନ କରିବା କଥା: ରାମଦାସ

ମୁମ୍ବାଇ,୨।୧୧: ବେଳକୁ ବେଳ ମହାରାଷ୍ଟ୍ର ରାଜନୀତି ଡ୍ରାମା ନୂଆ ନୂଆ ମୋଡ ନେଉଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। କାରଣ ଅକ୍ଟୋବର ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ ସରକାର ଗଠନ ହୋଇ ପାରୁନାହିଁ। ଇତିମଧ୍ୟରେ ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆର ନେତା ରାମଦାସ ଅଠାଓ୍ବଲେ ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଅଠାଓ୍ବଲେ କହିଛନ୍ତି ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରିବା କଥା। ସେପଟେ କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟ ଏବେ ନିଜ ନିଜ ଜିଦ୍‌ରେ ଅଚଳ ବସିଥିବାରୁ ଏବେ ସେଠାରେ ସରକାର ଗଠନ କରିବା କାଠିକର ପାଠ ହୋଇପଡିଛି। ଆଉ ଅନ୍ୟ କୌଣସି ଦଳ ସଂଖ୍ୟା ଗରିଷ୍ଠତାଠାରୁ ବହୁ ପଛରେ ଥିବାରୁ ଆଉ କାହା ଭିତରେ ମେଣ୍ଟ ହୋଇ ପାରୁନାହିଁ। ଏନ୍‌ସିପି ବିରୋଧୀ ଆସନରେ ବସିବାକୁ ଚାହିଁ ବସିଥିବାରୁ କଂଗ୍ରେସ ମଧ୍ୟ ଏହାକୁ ନେଇ ଚୁପ୍‌ ବସିଛି। ସେପଟେ ଭାଜପା ନେତା କହିଲେଣି ଏମିତି ସମସ୍ୟା ଲାଗି ରହିଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯିବ। ତେଣୁ ମହାରାଷ୍ଟ୍ରର ଏହି ରାଜନୀତି ଡ୍ରାମା ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାକୁ ଆସିଲାଣି।

Share