Categories: ଜାତୀୟ

ମହାରାଷ୍ଟ୍ରରେ ମୌସୁମୀ

ମୁମ୍ବାଇ,୧୧।୬: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ମହାରାଷ୍ଟ୍ରରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପାଣିପାଗ ବିଭାଗର ବିଶେଷଜ୍ଞ କେଏସ୍‌ ହୋସାଲିକର। ଏଥର ମହାରାଷ୍ଟ୍ରରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମରାଠଓ୍ବାଡା ଓ ମଧ୍ୟ ମହାରାଷ୍ଟ୍ରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ୪ ଦିନ ଲାଗି ରହିପାରେ। ସୂଚନାଯୋଗ୍ୟ, ଏଥର ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଠିକ୍‌ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥିଲା ମୌସୁମୀ। ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ମଧ୍ୟ ଏଥର ପାଣିପାଗ ବିଭାଗ ଆକଳନ କରିଛି।

Share