Categories: ଜାତୀୟ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ ସରକାର ଗଠନ କରାଯିବ। ପ୍ରଥମେ ଭାଜପା ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇ ସରକାର ଗଠନ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ବାଡ ସାଜିଲା ୫୦-୫୦ ଫର୍ମୁଲା। ତେଣୁ ଭାଜପା ଶେଷରେ ସରକାର ଗଠନ କରିବାକୁ ମନା କରିଦେଲା। ଏବେ କିନ୍ତୁ ଶିବସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବାର ଜିଦ୍‌ରେ ଏନ୍‌ସିପି ଓ କଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବ ବୋଲି କୁହାଯାଉଛି। ଆଉ ଭାଜପା ଓ୍ବେଟ୍‌ ଆଣ୍ଡ ଓ୍ବାଚ ସ୍ଥିତିରେ ରହିଛି। କିନ୍ତୁ ଏହାକୁ ନେଇ ଶିବସେନା ପୁଣି ଭାଜପା ଉପରେ ବର୍ଷିଛି। ଭାଜପା ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଏବେ ଦ୍ୱିତୀୟ ବହୁମତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। କିନ୍ତୁ ଏବେ ଶିବସେନା ଅଭିଯୋଗ କରିଛି କି ଭାଜପାକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୭୨ ଘଣ୍ଟା ସମୟ ମିଳିଥିବା ବେଳେ ତାକୁ କମ୍‌ ସମୟ ମିଳିଛି। ଯଦି ତାକୁ ଅଧିକ ସମୟ ମିଳି ଥାଆନ୍ତା ତେବେ ଭଲ ହୋଇ ଥାଆନ୍ତା। ଶିବସେନା ନେତା ସଞ୍ଜୟ ରଉତ କହିଛନ୍ତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଏହା ଭାଜପାର ଷଡଯନ୍ତ୍ର।

Share