Categories: ଜାତୀୟ

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରରେ ହିଁ ଭାଜପା ବିନାଶର ଆରମ୍ଭ ହେବ। ସେ କହିଛନ୍ତି ଶରଦ ପାଓ୍ବାର ଜଣେ ରାଷ୍ଟ୍ରୀୟ ନେତା। ଆଉ ଭାଜପା ଯଦି ରାଜ୍ୟରେ ସରକାର ଗଠନ କରିବାକୁ ପ୍ରୟାସ କରିଛି ତାହା ସମ୍ଭବ ହେବ ନାହିଁ। ଭାଜପା ଓ ଅଜିତ ପାଓ୍ବାର ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ହିଁ ସରକାର ଗଠନ କରିବ। ସୂଚନାଯୋଗ୍ୟ, ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ। କାରଣ ମହାରାଷ୍ଟ୍ର ରାଜ୍ୟପାଳ କିଭଳି ଦେବେନ୍ଦ୍ର ଫହନବିସଙ୍କୁ ଶପଥ ପାଠ କରାଇଲେ ତାକୁ ବିରୋଧ କରି ଶିବସେନା, ଏନ୍‌ସିପି ଓ କଂଗ୍ରେସ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Share