ମହାରାଷ୍ଟ୍ରରେ ୧,୦୦୦ରୁ ଅଧିକ ପୋଲିସ କରୋନା ପଜିଟିଭ୍‌: ୮ ମୃତ

ମୁମ୍ବାଇ,୧୪।୫: ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟର ୧,୦୦୧ ପୋଲିସଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛିି। ସେମାନଙ୍କ ମଧ୍ୟରୁ ଇତିମଧ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିସାରିଛି। ୧୪୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୫୧ ଜଣଙ୍କ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ହଜାର ୯୨୨ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ସୂଚନାଯୋଗ୍ୟ,ଲକ୍‌ଡାଉନ୍‌ ସମୟରେ ପୋଲିସ ଉପରେ ୨୧୮ଟି ଆକ୍ରମଣ ଘଟଣା ଘଟିଥିଲା। ଏହି ଘଟଣା ସହିତ ସମ୍ପୃକ୍ତ ୭୭୦ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Share