ମୁମ୍ବାଇ,୧୭।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ପୋଲିସଙ୍କ ରିପୋର୍ଟ ପଜିଟିଭ ଆସିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେସୁଦ୍ଧା ରାଜ୍ୟରେ ୧,୨୦୬ ପୋଲିସ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୧୨ ଜଣଙ୍କ ଚିକିତ୍ସା ଚାଲୁଛି ଓ ୨୮୩ ଜଣ ସୁସ୍ଥ ହୋଇ ସାରିଲେଣି। ତେବେ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୧୧ ଜଣ ପୋଲିସଙ୍କ ମୃତ୍ୟୁ ଏକ ଦୁଃଖଦ ଖବର। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍ଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଅତିକ୍ରମ କରି ସାରିଥିବା ବେଳେ କେବଳ ମହାରାଷ୍ଟ୍ରରେ ଏହା ୨୯ ହଜାର ପାର କରିସାରିଛି।
Posted inକରୋନା ଭାଇରସ୍, ଜାତୀୟ