ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଏହି ଗାଁ ଗୁଡ଼ିକର ୧୧ ହଜାର ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା, ନୌସେନା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏହା ସହିତ ୨୨ ଏନ୍ଡ଼ିଆର୍ଏଫ୍ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।