ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୩୧ କରୋନା ଯୋଦ୍ଧା ସଂକ୍ରମିତ

ମୁମ୍ବାଇ,୨୮।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ମିଶାଇ ଏବେ ମହାରାଷ୍ଟ୍ରରେ ମୋଟ ୨,୦୯୫ ପୋଲିସ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଏହାସହ ୨୨ ପୋଲିସଙ୍କର କରୋନାରେ ମୃତ୍ୟୁ ମଧ୍ୟ ହେଲାଣି। ଏବେ ୮୯୭ ଜଣ ସଂକ୍ରମିତ ପୋଲିସଙ୍କ ଚିକିତ୍ସା ଚାଲିଥିବା ସୂଚନା ରହିଛି। ତେବେ ମହାରାଷ୍ଟ୍ରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୯୪୮ ହୋଇଥିବା ବେଳେ ୧,୮୯୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share