Categories: ଜାତୀୟ

ମହାରାଷ୍ଟ୍ରର ଅଧିକାଂଶ ବିଧାୟକ ଅପରାଧୀ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ବୋଲି ଜଣାପଡିଛି। ୨୮୮ ବିଧାୟକଙ୍କ ମଧ୍ୟରୁ ୧୭୬ ଜଣଙ୍କ ନାଁରେ ଆପରାଧୀକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୧୧୨ ଜଣଙ୍କ ନାଁରେ ଗୁରୁତର ଆପରାଧୀକ ମାମଲା ଥିବା ଜଣାପଡିଛି। ନିର୍ବାଚନ ଉପରେ ନଜର ରଖୁଥିବା ‘ଆସୋସିଏଶନ ଫର୍‌ ଡେମୋକ୍ରେଟିକ ରିଫର୍ମସ୍‌‘(ଏଡିଆର୍‌) ଏହି ସୂଚନା ଦେଇଛି। ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚିତ ହୋଇଥିବା ୨୮୮ ଜଣ ବିଧାୟକଙ୍କ ଶପଥ ପତ୍ରକୁ ଏଡିଆର୍‌ ଶନିବାର ବିଶ୍ଳେଷଣ କରିବା ସମୟରେ ଏମିତି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ୬୨ ପ୍ରତିଶତ(୧୭୬)ଜଣ ବିଧାୟକଙ୍କ ନାଁରେ ଆପରାଧୀକ ମାମଲା ଥିବା ବେଳେ ୪୦ ପ୍ରତିଶତ(୧୧୨) ଜଣଙ୍କ ନାଁରେ ଗୁରୁତର ଆପରାଧୀକ ମାମଲା ରହିଛି। ଅନ୍ୟପଟେ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୪ ନିର୍ବାଚନ ସମୟରେ ୧୬୫ ଜଣ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଥିଲା। ଏମାନଙ୍କ ମଧ୍ୟରୁ ୧୧୫ ଜଣ ଗୁରୁତର ଆପରାଧୀକ ମାମଲାରେ ସମ୍ପୃକ୍ତ ଥିଲେ।

Share