ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ ଥିବା କହିଛି ଶିବସେନା। ଭାଜପାକୁ ଟାର୍ଗେଟ କରି ଶିବସେନା ସାମନା ମାଧ୍ୟମରେ କଟାକ୍ଷ କରିଛି। ସେ କହିଛି ଶିବସେନା ସରକାର ଗଠନ କରିବା କଥା ଶୁଣିବା ପରେ ଏବେ କିଛି ଲୋକଙ୍କ ପେଟ କାଟିବା ଆରମ୍ଭ ହୋଇଯାଇଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି, ଭାଜପା ନିଜର ଦୁର୍ବଳତା ଲୁଚାଇବାକୁ ଯାଇ ଅନ୍ୟମାନଙ୍କ ଉପରେ ଦୋଷ ଲଦୁଛି। ତେବେ ଏହା ତା ମାନସିକ ସ୍ଥିତି ପାଇଁ ଖରାପ ବୋଲି ଶିବସେନା କହିଛି। ଏହା ବ୍ୟତୀତ ମୋଦିଙ୍କ ନାଁରେ କେବଳ ଭାଜପାକୁ ଭୋଟ ମିଳୁଛି। ତେଣୁ ଭାଜପା ଯଦି ଏମିତି କରେ ତେବେ ଏଥିରେ ମୋଦିଙ୍କ ନାଁ ଖରାପ ହେଉଛି ବୋଲି ସାମନା କହିଛି। ପୁଣି ରାଜ୍ୟପାଳଙ୍କ ନିକଟରେ ସରକାର ଗଠନକୁ ନେଇ ନିଜର ଅସମର୍ଥତା ପ୍ରକାଶ କରିଥିବା ଭାଜପା ରାଷ୍ଟ୍ରପତି ଶାସନ ଜାରି ହେବା ପରେ ପୁଣି କେମିତି ସରକାର ଗଠନ କରିବାକୁ ଆଗେଇ ଆସିଛି ବୋଲି ପ୍ରଶ୍ନ ମଧ୍ୟ କରାଯାଇଛି। ଏହାକୁ ନେଇ ଭାଜପାକୁ ପାଗଳ ସହ ତୁଳନା କରିଛି ଶିବସେନା। ସେ କହିଛି ରାଜ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି କ୍ଷତିକାରକ।