Categories: ଜାତୀୟ

ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର

ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଗୋଟିଏ ବଡ କଥା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି ଏବେ ମହାରାଷ୍ଟ୍ରର ସମସ୍ତ ଜିଲାରେ ଗୋଟିଏ ଲେଖାଏଁ ମହିଳା ପୋଲିସ ଷ୍ଟେଶନ ହେବ। ଆଉ ସେଠାରେ କେବଳ ମହିଳା ପୋଲିସ ଅଧିକାରୀମାନେ ନିୟୋଜିତ ହେବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନରେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି କୁହାଯାଉଛି। ଏବେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମହିଳା ପୋଲିସ ଷ୍ଟେଶନ ଖୋଲା ଯାଇଥିବା କୁହାଯାଉଛି।

Share