ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏଥର ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମତଦାନ ଲାଗି ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲା ଯିବାକୁ ଯୋଜନା କରାଯାଇଛି। ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହା ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଏହି ମତଦାନ କେନ୍ଦ୍ରର ନାଁ ରଖାଯାଇଛି ‘ସଖି’। ଏଥିରେ ସମସ୍ତ ପୋଲିସକର୍ମୀ, ମତଦାନ ଅଧିକାରୀ ଓ ଅନ୍ୟ ସଦସ୍ୟମାନେ ମଧ୍ୟ ମହିଳା ରହିବେ ବୋଲି ଜଣାପଡିଛି।