Categories: ଜାତୀୟ

ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଆକ୍ରାନ୍ତ

ମୁମ୍ବାଇ,୧୨।୬: ମହାରାଷ୍ଟ୍ରର ପୁଣି ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନସିପିର ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୁଣ୍ଡେଙ୍କ ବ୍ୟତୀତ ତାଙ୍କ ଡ୍ରାଇଭର ଏବଂ ରୋଷେୟା ମଧ୍ୟରେ ସଂକ୍ରମିତ ହୋଇଛନ୍ତି। ଗତ ୧୦ ତାରିଖରେ ଏନସିପିର ବାର୍ଷିକ ସମାରୋହରେ ମୁଣ୍ଡେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ ଅନେକ ନେତାଙ୍କ ସଂସ୍ପର୍ଶରେ ଆସିଥିଲେ। ମୁଣ୍ଡେଙ୍କୁ ମିଶାଇ ମହାରାଷ୍ଟ୍ରର ୩ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହେଲେଣି। ପୂର୍ବରୁ ସଂକ୍ରମିତ ହୋଇଥିବା ୨ ମନ୍ତ୍ରୀ ସୁସ୍ଥ ହୋଇସାରିଛନ୍ତି।

Share