Categories: ଜାତୀୟ

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ: ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କିଙ୍କ ଇସ୍ତଫା ଘୋଷଣା

ମୁମ୍ବାଇ, ୩୧।୧୨: ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ମେଣ୍ଟରେ ବିଦ୍ରୋହ ଦେଖାଦେଇଛି। ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କି ଇସ୍ତଫା ଦେବା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଆଉ ରାଜନୀତି ପାଇଁ ଯୋଗ୍ୟ ନ ଥିବା କହି ସନ୍ୟାସ ନେବା ଲାଗି ମନ ବଳାଇଛନ୍ତି। ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନର ରାଜନୈତିକ ସ୍ଥିତି ତାଙ୍କ ଲାଗି ଉପଯୋଗୀ ନ ଥିବାରୁ ସେ ଏଭଳି ନିଷ୍ପତ୍ତି ନେବାକୁ ଚାହୁଥିବା କହିଛନ୍ତି। ତେବେ କ୍ୟାବିନେଟ୍‌ ସମ୍ପ୍ରସାରଣ ସହିତ ତାଙ୍କ ଇସ୍ତଫାର କୌଣସି ସମ୍ପର୍କ ନ ଥିବା ସେ ସୂଚନା ଦେଇଛନ୍ତି। ପ୍ରକାଶଙ୍କ ଏଭଳି ମନ୍ତବ୍ୟ ଠିକ୍‌ କ୍ୟାବିନେଟ ସମ୍ପ୍ରସାରଣ ପରେ ଆସିଥିବାରୁ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ପୁଣି ଚଳଚଞ୍ଚଳ ହୋଇ ଉଠିଛି।

Share