ମୁମ୍ବାଇ,୯।୧୬: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ତାରିଖ ଘୋଷଣା ହେବାର ଅଛି। ଏହି ନିର୍ବାଚନରେ ଉଭୟ କଂଗ୍ରେସ ଓ ଏନସିପି ଏକାଠି ଲଢିବେ ବୋଲି ଜଣାପଡିଛି। କଂଗ୍ରେସ ୧୨୫ ଓ ଏନସିପି ୧୨୫ଟି ଆସନରେ ପ୍ରାର୍ଥୀ ଦେବ ବୋଲି ସୋମବାର ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି। ବାକି ୩୮ଟି ଆସନ ଦଳ ସହ ଆଗାମୀ ଦିନରେ ମେଣ୍ଟ କରିବାକୁ ଥିବା ସହଯୋଗୀମାନଙ୍କୁ ଦିଆଯିବ। ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ର୍ନିବାଚନ ବେଳେ ସିଟ ଶେୟାର ଫାଇନାଲ ନ ହେବାରୁ ଉଭୟ ଏନସିପି ଓ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢିଥିଲେ।