Categories: ଜାତୀୟ

ମହାରାଷ୍ଟ୍ର ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି: ୫ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ

ପୁନେ,୨୦।୯: ଆସନ୍ତା ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତ ଲୋକ ସଭା ନିର୍ବାଚନ ପରାଜୟକୁ ଭୁଲି ମହାରାଷ୍ଟ୍ର ଗଡ ଜିଣିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ। ଦଳର ୫ ଜଣ ବରିଷ୍ଠ ନେତାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ମୁକୁଲ ଓ୍ବାସନିକ୍‌, ଅବିନାଶ ପାଣ୍ଡେ, ରଜନୀ ପାଟିଲ୍‌, ଆସି ଖୁଣ୍ଟିଆ ଏବଂ ରାଜୀବ ସତାଭ। ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି।

Share