Categories: ଜାତୀୟ

ମହାରାଷ୍ଟ୍ର ପରେ ଗୋଆରେ ବି ଭାଜପାକୁ ଝଟ୍‌କା ଦେବ ଶିବସେନା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବା ପରେ ପୁରୁଣା ବନ୍ଧୁ ଭାଜପାକୁ ଆଉ ଏକ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା। ଦଳର ପ୍ରବକ୍ତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଓ୍ବତ ଏନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି, ଗୋଆରେ ଏକ ନୂଆ ରାଜନୈତିକ ସମୀକରଣ ହେବାକୁ ଯାଉଛି। ଖୁବଶୀଘ୍ର ମହାରାଷ୍ଟ୍ର ଭଳି ଗୋଆରେ ମଧ୍ୟ ଚମତ୍କାର ହେବ। ଗୋଆ ଫରଓ୍ବାର୍ଡ ପାର୍ଟି ସହ ଶିବସେନା ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା-ଶିବସେନା ମେଣ୍ଟ ହୋଇ ଲଢିବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ନିର୍ବାଚନ ଫଳ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ ମନୋମାଳିନ୍ୟ ଦେଖାଦେବା ଫଳରେ ବାଧ୍ୟ ହୋଇ ଭାଜପା ସହ ଶିବସେନା ସମ୍ପର୍କ ଛିନ୍ନ କରିଥିଲା।

Share