ମହାରାଷ୍ଟ୍ର ବିଧାନସଭା ପାଇଁ ଏନ୍‌ସିପି ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା

ପୁଣେ,୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଶନିବାର ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ଦଳ ମୁଖ୍ୟ ଶରଦ ପାଓ୍ବାର, ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ଓ ନଓ୍ବାବ ମଲିକ ପ୍ରମୁଖ ରହିଛନ୍ତି। ଏହା ବ୍ୟତୀତ ଅନ୍ୟ ନେତାମାନେ ମଧ୍ୟ ପ୍ରଚାରରେ ଭାଗ ନେବେ। ତେବେ ଏହି ତାଲିକାରେ ପାଖାପାଖି ୪୦ ଜଣଙ୍କ ନାଁ ଥିବା ଜଣାପଡିଛି।

Share