Categories: ଜାତୀୟ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ:ସଞ୍ଜୟ ରାଓ୍ବତ

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଭାଜପା ଏବଂ ସହଯୋଗୀ ଶିବସେନା ମଧ୍ୟରେ ଟଣାଓଟରା ଲାଗିରହିଛି। ଶୁକ୍ରବାର ଶିବସେନା ମୁଖ୍ୟପାତ୍ର ସଞ୍ଜୟ ରାଓ୍ବତ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ। ରାଜ୍ୟରେ ଶିବସେନା ବହୁମତ ଜୁଟାଇବାରେ ସକ୍ଷମ ହେବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ମହାରାଷ୍ଟ୍ରବାସୀ ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। ତେଣୁ ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବ। ଏକଥା ମଁୁ ଲେଖିକି ଦଉଛି ବୋଲି ସେ ଦୃଢତାର ସହ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ଆସନ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ମିଶି ୨୯ଟି ଆସନରେ ବିଜୟୀ ହୋଇଛନ୍ତି।

Share