Categories: ଜାତୀୟ

ମହାରାଷ୍ଟ୍ର ମେଣ୍ଟ ସରକାର: ଫାଇଦାରେ ଏନ୍‌ସିପି !

ମହାରାଷ୍ଟ୍ର,୧।୧୨: ମହାରାଷ୍ଟ୍ର ୩ ଦଳିଆ ମେଣ୍ଟ ସରକାରରେ ଏନ୍‌ସିପି ଫାଇଦାରେ ରହିଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବାଚସ୍ପତି ପଦରେ ସନ୍ତୁଷ୍ଟ ରହିଥିବାବେଳେ ଏନ୍‌ସିପି ଉପମୁଖ୍ୟମନ୍ତ୍ରୀ ପଦ ନେବା ସହିତ ସର୍ବାଧିକ ୧୬ ମନ୍ତ୍ରଣାଳୟ ନେବ। ଅପରପକ୍ଷରେ ଶିବସେନା ପାଖରେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ୧୫ ମନ୍ତ୍ରଣାଳୟ ରହିବ ବୋଲି କୁହାଯାଉଛି। କଂଗ୍ରେସ ୧୨ ମନ୍ତ୍ରଣାଳୟ ନେବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ୩୦ କ୍ୟାବିନେଟ୍‌ ଏବଂ ୧୨ ରାଷ୍ଟ୍ର ମନ୍ତ୍ରୀ ରହିବେ। ସେଥିମଧ୍ୟରେ ଶିବସେନାର ୧୫ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରହିବେ। ଶିବସେନା ନିଜ ପାଖରେ ସହର ବିକାଶ, ହାଉସିଂ, ଜଳସେଚନ, ରାଜ୍ୟ ସଡ଼କ ବିକାଶ ଆଦି ବିଭାଗ ରଖିବ। ଅପରପକ୍ଷରେ ଏନ୍‌ସିପି ପାଖରେ ସ୍ବରାଷ୍ଟ୍ର, ଅର୍ଥ, ଯୋଜନା, ବିଦ୍ୟୁତ୍‌ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ରହିବ। ସେହିପରି କଂଗ୍ରେସକୁ ରାଜସ୍ବ, ପିଡବ୍ଲ୍ୟୁଡି, ଅବକାରି ଆଦି ବିଭାଗ ମିଳିବାର ଆଶା ରହିଛି। ଶିକ୍ଷା, ଉଦ୍ୟୋଗ, ସ୍ବାସ୍ଥ୍ୟ ଆଦି ମନ୍ତ୍ରଣାଳୟ ଉପରେ ଏବେ ଭାଗବଣ୍ଟା ହୋଇ ନ ଥିବା କୁହାଯାଉଛି।

Share