Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିକୁ ନେଇ ମୋଦି-ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ରାଜନୀତି ଡ୍ରାମାକୁ ନେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚହଳ ସୃଷ୍ଟି ହୋଇଛି। ମଙ୍ଗଳବାର ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି। ଭାଜପା ପାଇଁ ଏବେ ବହୁମତ ସାବସ୍ତ୍ୟ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସୁପ୍ରିମକୋର୍ଟ ବୁଧବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share