Categories: ଜାତୀୟ

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ ରହିଥିବା ରବିବାର ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି। ସାମନାର ରୋକ୍‌ଠୋକ୍‌ ସ୍ତମ୍ଭରେ ଏସମ୍ପର୍କରେ ସଞ୍ଜୟ ରାଓ୍ବତ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶିବସେନା ମହାରାଷ୍ଟ୍ରରେ ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଛି। ଏହି ଫର୍ମୂଲା ଅନୁସାରେ ଅଢ଼େଇ-ଅଢ଼େଇ ବର୍ଷ ଧରି ଶିବସେନା ଏବଂ ଭାଜପା ଶାସନ ଡୋର ଧରିବେ। ପ୍ରଥମ ଅଢ଼େଇ ବର୍ଷ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ସଦସ୍ୟ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବେ ବୋଲି ଶିବସେନା କହିଛି। ଏନେଇ ଭାଜପାଠାରୁ ଶିବସେନା ଲିଖିତ ଆଶ୍ୱାସନା ମଧ୍ୟ ଲୋଡ଼ିଛି।

Share