Categories: ଜାତୀୟ

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ରବିବାର ସୁପ୍ରିମ୍‌କୋର୍ଟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ରାଜ୍ୟପାଳ ଭଗତ ସିଂ କେଶିୟାରୀଙ୍କଠାରୁ ଆଦେଶ ଏବଂ ସମର୍ଥନ ସମ୍ପର୍କିତ କେତେକ ଦସ୍ତାବିଜ୍‌ ଲୋଡିଛନ୍ତି। ଏହା କୋର୍ଟରେ ଦାଖଲ ହେବା ପରେ ସୋମବାର ଶୁଣାଣି କରାଯିବ ବୋଲି ତିନି ଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏହି ମାମଲାର ଶୁଣାଣି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କରୁଛନ୍ତି।

Share