Categories: ଜାତୀୟ

ମହାରାଷ୍ଟ୍ର ସଙ୍କଟ: ସରକାର ଗଠନ ପାଇଁ ମୁମ୍ବାଇରେ ଭାଜପା ଦିଲ୍ଲୀରେ କଂଗ୍ରେସର ବୈଠକ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମନ୍ଥନ ଚାଲିଛି। ଗୋଟିଏ ପରେ ଭାଜପା ମୁମ୍ବାଇରେ ବୈଠକ କରୁଥିବା ବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ବୈଠକ କରୁଛି। ଭାଜପା ବୈଠକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଓ ଚନ୍ଦ୍ରକାନ୍ତ ପାଟିଲ ସାମିଲ ଥିବା ଜଣାପଡିଛି। ଅନ୍ୟପଟେ କଂଗ୍ରେସ ବୈଠକରେ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଓ ବିଧାୟକମାନେ ଯୋଗ ଦେଇଥିବା ଜଣାପଡିଛି। ଏହି ବୈଠକ ପରେ କିଏ ସରକାର ଗଢିବ ତାହା ସ୍ଥିର ହେବ ବୋଲି କଂଗ୍ରେସ ନେତା କହିଛନ୍ତି।

Share