Categories: ଜାତୀୟ

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କୁ ବଡ଼ ଝଟକା ଦେବା ସହ ଗଛ କଟା ଉପରେ ରୋକ ଲଗାଇଛନ୍ତି। ଏଥିସହ ବିଚାରପତି ଅରୁଣ ମିଶ୍ରା ଓ ଅଶୋକ ଭୂଷଣ କହିଛନ୍ତି, ପୂର୍ବରୁ ଯେତିକି ଗଛ କାଟିଛ ଠିକ୍‌ ଅଛି ହେଲେ ଏବେ ଆଉ କାଟିବ ନାହିଁ। ଅନ୍ୟପଟେ ଏହି ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୨୧ରେ କରାଯିବ। ଗତ ଏକ ସପ୍ତାହରୁ ଏହାକୁ ନେଇ ମୁମ୍ବାଇ ରାସ୍ତାରେ ବିରୋଧ ପ୍ରଦର୍ଶନ କରାଯାଇଛି। ସୁଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ ଆରେରେ ୨୫୦୦ରୁ ଅଧିକ ଗଛ କଟା ହୋଇସାରିଛି।

Share