Categories: ଜାତୀୟ

ମହାଲକ୍ଷ୍ମୀ ଏକ୍ସପ୍ରେସରେ ଜଳବନ୍ଦୀ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ମୁମ୍ବାଇ,୨୭।୭: ମହାରାଷ୍ଟ୍ର ଶନିବାର ହୋଇଥିବା ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ୍‌ ବଦଲାପୁରଠାରୁ ବାନଗନି ଯାଉଥିବା ଟ୍ରାକରେ ପାଣି ଜମା ହୋଇ ଯିବାରୁ ଅଧାବାଟରେ ଅଟକି ଯାଇଥିଲା। ଏଥିରେ ୯ ଜଣ ଗର୍ଭବତୀଙ୍କ ସମେତ ପାଖାପାଖି ୭ଶହ ଯାତ୍ରୀ ରହିଥିଲେ। ପରେ ଆର୍ପିଏଫ ପକ୍ଷରୁ ଯାତ୍ରୀମାନଙ୍କୁ ବିସ୍କୁଟ ଓ ପାଣି ଆଦି ବଣ୍ଟନ କରାଯାଇଥିଲା। ତୁରନ୍ତ ଏନ୍‌ଡିଆର୍‌ଏଫ୍‌ ଓ ନୌସେନାର ସହଯୋଗରେ ହେଲିକପ୍ଟର ଓ ବୋଟ ଯୋଗେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଲଓ୍ବେର ପବ୍ଲିକ ରିଲେଶନ ଅଫିସର।

Share