Categories: ଜାତୀୟ

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୋଦି ଟୁଇଟ କରି ଦେଶବାସୀଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏଥିସହ ବାବା ଭୋଳାନାଥଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଆସୁ ବୋଲି ମୋଦି ଟୁଇଟ କରି ଲେଖିଛନ୍ତି। ସେହିପରି କୋବିନ୍ଦ ମଧ୍ୟ ଟୁଇଟ କରି ଶିବରାତ୍ରିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ପଞ୍ଚାକ୍ଷରୀ ମନ୍ତ୍ରରେ ସମସ୍ତ ଶୈବପୀଠ ଗୁଞ୍ଜରିତ ହୋଇ ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।

Share