ମହାଶିବରାତ୍ରି: ଭଗବାନ ଶିବଙ୍କ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ

ଆଜି ମହାଶିବରାତ୍ରି। ସମସ୍ତ ଭକ୍ତ ଭଗବାନ ଶିବଙ୍କ ପୂଜା କରିବାରେ ଲାଗିପଡ଼ିଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଶିବଙ୍କ ଉପରେ ଆଧାରିତ ତଥା ତାଙ୍କ ମହିମା ବିଷୟରେ ଅନେକ ଫିଲ୍ମ ରହିଛି। କେତେବେଳେ ଶିବଙ୍କ ମହିମା ଉପରେ ଫିଲ୍ମ ନିର୍ମାଣ ହୋଇଛି ତ ଆଉ ତାଙ୍କ ରୂପରେ ଶକ୍ତି ଏବଂ ସମର୍ପଣ ଭାବ ଦେଖିବାକୁ ମିଳିଛି। ଏହି ସିନେମାରେ ଅଜୟ ଦେବଗନ୍‌ଙ୍କଠାରୁ ଆରମ୍ଭକରି ରଣବୀର କପୁରଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ କଳାକାର ଅଭିନୟ କରିଛନ୍ତି। ଜାଣିବା ସେମିତି ସିନେମା ବିଷୟରେ।

ବ୍ରହ୍ମାସ୍ତ୍ର : ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନେତା ରଣବୀର କପୁରଙ୍କ ଚରିତ୍ରର ନାମ ରହିଛି ‘ଶିବ’। ଫିଲ୍ମରେ ତାଙ୍କ ପାଖରେ ଏକ ସୁପର ପାଓ୍ବାର ରହିଛି, ଯାହାକୁ ଭଗବାନ ଶିବଙ୍କ ସହ ଯୋଡ଼ାଯାଉଛି। ଫିଲ୍ମରେ ରଣବୀରଙ୍କ ସହ ଅଭିନେତ୍ରୀ ଆଲିୟା ଭଟ୍ଟ ପ୍ରମୁଖ ଚରିତ୍ରରେ ରହିଛନ୍ତି।

ବାହୁବଳୀ: ଏହି ଫିଲ୍ମରେ ଭଗବାନ ଶିବଙ୍କ ମହିମାକୁ ସୁନ୍ଦର ଭାବେ ପରଦା ଉପରେ ଉପସ୍ଥାପନ କରାଯାଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନେତା ପ୍ରଭାସଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ଏକ ଦୃଶ୍ୟରେ ସେ ଶିବଲିଙ୍ଗକୁ କାନ୍ଧରେ ଧରିଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ବେଶ୍‌ ଆକର୍ଷଣୀୟ ହୋଇପାରିଛି।

କେଦାରନାଥ: ଭଗବାନ ଶିବଙ୍କ ମହିମା ଉପରେ ଆଧାରିତ ଆଉ ଏକ ଫିଲ୍ମ ହେଉଛି ‘କେଦାରନାଥ’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସୁଶାନ୍ତ ସିଂହ ରାଜପୁର। ଫିଲ୍ମରେ ତାଙ୍କ ଚରିତ୍ରଟି ଅନ୍ୟକୁ ସାହାଯ୍ୟ କରିବାର ରହିଛି। ଯଦି ଆପଣ ଅନ୍ୟକୁ ସାହାଯ୍ୟ କରୁଛନ୍ତି ତେବେ ନିଜେ ଭଗବାନ ଶିବ ଆପଣଙ୍କୁ ସାହାଯ୍ୟ କରିବେ ତାହା ଫିଲ୍ମର ସନ୍ଦେଶ।

ସାଟେଲାଇଟ ଶଙ୍କର: ଆଦିତ୍ୟ ପାଞ୍ଚୋଲି ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଫିଲ୍ମରେ ସେ ଜଣେ ଯବାନ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କି ଭଗବାନ ଶିବଙ୍କ ପ୍ରତି ସମର୍ପିତ ହେଉଛନ୍ତି।

ଶିବାୟ: ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଶିବାୟ’ଭଗବାନ ଶିବଙ୍କ ଉପରେ ପର୍ଯ୍ୟବସିତ। ଏଥିରେ ଅଜୟ ଜଣେ ପର୍ବତାରୋହୀ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ନାମ ରହିଛି ଶିବାୟ। ଭଗବାନ ଶିବ ରାଗିଗଲେ ପାପୀଙ୍କ ସର୍ବନାଶ କରିବେ। ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମର ଏକ ଗୀତ ଶିବଙ୍କ ମହିମା ଉପରେ ଆଧାରିତ।

Share