Categories: ମେଟ୍ରୋ

ମହାଶିବରାତ୍ରି: ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଅନ୍ତା,୨୧।୨(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ୧୬ନଂ. ଜାତୀୟ ରାଜପଥ ନଖରାସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଜାଗର ଲାଗି ଭକ୍ତଙ୍କ ଭିଡ଼ ଲାଗିଛି। ଶିବରାତ୍ରି ପାଇଁ ମନ୍ଦିରରେ ଭୋର ୪ଟାରୁ ସମସ୍ତ ନୀତି ସମ୍ପନ୍ନ ପରେ ମୁଖ୍ୟ ଦ୍ୱାର ଫିଟାଯାଇ ସାଧାରଣ ଦର୍ଶନ ଲାଗି ବ୍ୟବସ୍ଥ୍ୟା କରାଯାଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥ୍ୟା କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଲକ୍ଷେଶ୍ୱରଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ବଡ଼ସିଂହାର ସମିତି ପକ୍ଷରୁ ଏକ ଆଧ୍ୟାତ୍ମିକ ସଭା କରାଯାଇଥିଲ। ଏଥିରେ ମନ୍ଦିରର ମୁଖ୍ୟ ସେବାୟତ ତଥା ଛତିଶା ନିଯୋଗ ଜନାର୍ଦ୍ଦନ ପାଟଜୋଷୀ ମହାପାତ୍ର ଓ ପଦ୍ମଶ୍ରୀ ଡି ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Share