Categories: ଜାତୀୟ

ମହାଶିବରାତ୍ରୀରେ ଘୋଷଣା ହେଲା କେଦାରନାଥ କବାଟ ଖୋଲିବା ତିଥି

ଡେରାଡୁନ,୨୧।୨: ପବିତ୍ର ମହାଶିବରାତ୍ରୀ ଅବସରରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମର କବାଟ ଖୋଲିବା ତିଥି ଘୋଷଣା ହୋଇଛି। ଭକ୍ତଙ୍କ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ ସକାଳ ୬ଟା ୧୦ ମିନିଟ୍‌ରେ ଏକାଦଶ ଜ୍ୟୋର୍ତିଲିଙ୍ଗ କେଦାରନାଥଙ୍କ କବାଟ ଖୋଲିବ। ଏହାପରେ ୬ମାସ ପର୍ଯ୍ୟନ୍ତ ସେଠାରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯିବ। ସୂଚନା ମୁତାବକ ଏହାପୂର୍ବରୁ ଏପ୍ରିଲ ୨୫ରେ ଓମ୍‌କାରେଶ୍ୱର ମନ୍ଦିର ଓଖିମଠରେ ଭଗବାନ ଭୈରବନାଥଙ୍କ ପୂଜା କରାଯିବ। ଏପ୍ରିଲ ୨୬ରେ କେଦାରନାଥଙ୍କ ପଞ୍ଚମୁଖୀ ଦୋଳି ଉକ୍ତ ଧାମକୁ ପ୍ରସ୍ଥାନ କରିବ। ଏପ୍ରିଲରେ ୨୭ରେ ଗୌରୀକୁଣ୍ଡରେ ରାତ୍ରି ବିଶ୍ରାମ କରିବା ପରେ ଏହି ପଞ୍ଚମୁଖୀ ଦୋଳି ଏପ୍ରିଲ ୨୮ ସନ୍ଧ୍ୟାରେ କେଦାରନାଥ ଧାମ ପହଞ୍ଚିବ। ଏହାପରେ ଏପ୍ରିଲ ୨୯ରେ ସକାଳ ୬ଟା ୧୦ ମିନିଟ୍‌ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ କେଦାରନାଥ ଧାମର କବାଟ ଖୋଲାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ କରାଯାଇଛି। ଶୁକ୍ରବାର ଏନେଇ ମନ୍ଦର ପ୍ରଶାସନ ସୂଚନା ଦେଇଛନ୍ତି।

Share