Categories: ଖେଳ

‘ମହା’ ବାତ୍ୟା: ଦ୍ୱିତୀୟ ଟି୨୦ରେ ବର୍ଷା ଆଶଙ୍କା

ରାଜକୋଟ,୫।୧୧- ଏଠାରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଗୁରୁବାର ଆୟୋଜନ ହେବାକୁ ଯାଉଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ପ୍ରଥମ ଟି୨୦ ଖେଳାଯାବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏହି ମ୍ୟାଚ୍‌ ସଫଳତାର ସହ ଆୟୋଜନ ହୋଇଥିଲା ଓ ବାଂଲାଦେଶ ୭ ଉଇକେଟରେ ବିଜୟୀ ହୋଇଥିଲା। ଏବେ ‘ମହା’ ନାମକ ଏକ ବାତ୍ୟା ଦ୍ୱିତୀୟ ଟି୨୦ ବାଧକ ହେବାକୁ ଯାଉଛି। ଭାରତର ପଶ୍ଚିମ ଉପକୂଳରୁ ଦୂରକୁ ଯାଉଥିବା ଏହି ବାତ୍ୟା ଏବେ ହଠାତ୍‌ ତା’ର ଦିଗ ବଦଳାଇଛି ଓ ଏହା ଗୁଜୁରାଟ ଉପକୂଳ ଆଡକୁ ମାଡି ଆସୁଛି। ଫଳରେ ଆଗାମୀ ୪୮ ଘଣ୍ଟାରେ ଦକ୍ଷିଣ ଗୁଜୁରାଟ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ରାଜକୋଟ ଉପକୂଳରେ ଅବସ୍ଥିତ ନ ଥିବାରୁ ଓ ଏହା ଅନ୍ତର୍ଦେଶୀୟ ଅଞ୍ଚଳରେ ରହିଥିବାରୁ ଏଠାରେ ବାତ୍ୟାର ପ୍ରଭାବ ନ ପଡିପାରେ। ତେବେ ବର୍ଷାର ସମ୍ଭାବନାକୁ ଏହାଇ ଦିଆଯାଇ ନ ପାରେ। ଯଦି ଏପରି ହୁଏ ତାହାଲେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ବର୍ଷା ଯୋଗୁ ପ୍ରଭାବିତ ହେବ ବୋଲି କୁହାଯାଇଛି।

Share