Categories: ବାଣିଜ୍ୟ

ମହିନ୍ଦ୍ରାର ‘ଡ୍ରିଭେନ ବାଏ ପରପସ୍‌’ ଥିମ୍‌ ମଡେଲ

ନୂଆଦିଲ୍ଲୀ,୭-୨: ଗ୍ରେଟର ନଏଡାରେ ଅନୁଷ୍ଠିତ ହେଉଥିବା ଅଟୋଏକ୍ସପୋ ୨୦୨୦ରେ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ‘ଡ୍ରିଭେନ ବାଏ ପରପସ୍‌’ ଥିମ୍‌ ମଡେଲ ଉନ୍ମୋଚନ କରାଯାଇଛି। ଅଭିନବ, ଭବିଷ୍ୟ ଉପଯୋଗୀ ପ୍ରଡକ୍ଟ, ଟେକ୍ନୋଲୋଜି ଏବଂ ମୋବିଲିଟି ସଲ୍ୟୁଶନକୁ ବିଚାର କରି ଏହି ମଡେଲଗୁଡିକ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀ ୧୮ଟି ମଡେଲ ଯାନ ଅଟୋ ଏକ୍ସପୋରେ ପ୍ରଦର୍ଶନ କରିଛି। ଏହା ମଧ୍ୟରେ ଫ୍ୟୁଚରିଷ୍ଟିକ କନସେପ୍ଟ ମଡେଲ, ଇ-ଯାନ, ଯାତ୍ରୀବାହୀ ଯାନ ଏବଂ ବାଣିଜି୍ୟକ ଯାନ ସାମିଲ ରହିଛି। କୌଣସି ଭାରତୀୟ କମ୍ପାନୀ ଦ୍ୱାରା ଏହା ହେଉଛି ବିସ୍ତୃତ ଇ-ଯାନ ପ୍ରଦର୍ଶନ । ଏହି ଅବସରରେ ଫନଷ୍ଟର କନସେପ୍ଟ ମଡେଲ, ନିୟୁ ଏଜ୍‌ ଇଲେକଟ୍ରିକ ଅର୍ବାନ ମୋବିଲିଟି ଆଟମ୍‌, ଇ-କେୟୁଭି-୧୦୦ ଏବଂ ଇ-ଏକ୍ସୟୁଭି-୩୦୦କୁ ଉନ୍ମୋଚନ କରାଯାଇଥିଲା। ଇ-କେୟୁଭି ୧୦୦ର ମୂଲ୍ୟ ୮.୨୫ ଲକ୍ଷ ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଭବିଷ୍ୟତକୁ ଧ୍ୟାନରେ ରଖି ଡ୍ରିଭେନ ବାଏ ପର୍‌ପସ ଥିମ୍‌ ଶୁଭାରମ୍ଭ କରାଯାଇଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପଓ୍ବନ ଗୋଏଙ୍କା କହିଛନ୍ତି।

Share