ମହିଳାଙ୍କଠାରୁ ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ବ୍ୟାଙ୍କ କଲୋନୀର ୩ୟ ଲାଇନରେ ଗୁରୁବାର ଜି. ମାଙ୍ଗେୟାମା ନାମକ ଜଣେ ମହିଳା ବଜାରରୁ କ୍ଷୀର ନେଇ ଆସୁଥିବା ସମୟରେ ପଛପଟୁ ୨ ଦୁଇଜଣ ମୁହଁ ଘୋଡ଼ାଇ ବାଇକ୍‌ ଯୋଗେ ଆସି ତାଙ୍କଠାରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ଚେନ୍‌ଟି ୫ ଭରିରୁ ଅଧିକ ହୋଇଥିବା ବେଳେ ଏହାର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କେସ୍‌ ନମ୍ବର ୨୭୩/୧୯ରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ନିହାର ରଞ୍ଜନ ପ୍ରଧାନ କହିଛନ୍ତି।