ମହିଳାଙ୍କଠାରୁ ୧.୭ଲକ୍ଷ ଟଙ୍କା ଠକେଇ, ହତ୍ୟା ଧମକ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା ଠକେଇ କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲାର ଗଣେଶ ବେହେରା ଓ ଖୋର୍ଦ୍ଧା ଅଞ୍ଚଳର ନିତ୍ୟାନନ୍ଦ ମହାନ୍ତି। ଝିଲିସୀତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ଚାକିରି କରାଇଦେବାକୁ କହି ନିତ୍ୟାନନ୍ଦ, ଗଣେଶ ଓ ୨ ଜଣ ସହଯୋଗୀ ଗତ ୨୨ ତାରିଖରେ ଉକ୍ତ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ଚାକିରି ଦେଇ ନ ପାରି ସମୟ ଗଡ଼ାଇଥିଲେ। ଝିଲିସୀତା ଟଙ୍କା ଫେରସ୍ତ କରିବାକୁ କହିବାରୁ ସେମାନେ ଓଲଟା ହତ୍ୟା ଧମକ ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ନିତ୍ୟାନନ୍ଦ ଓ ଗଣେଶଙ୍କୁ ଶୁକ୍ରବାର ଗିରଫ କରିଥିଲା।

Share