ମହିଳାଙ୍କଠାରୁ ୩୦ ହଜାର ଲୁଟ୍‌

ବଅଁରପାଳ, ୩୦ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସଞ୍ଜୁକ୍ତା ଦେଓଙ୍କଠାରୁ ବୁଧବାର ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ସେ ନାଲ୍‌କୋ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନାଲ୍‌କୋ ତାଙ୍କ କାର୍‌ରେ ଟଙ୍କା ରଖି ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଆସି କାର୍‌ ଭିତରୁ ଟଙ୍କା ଲୁଟି ନେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି।

Share