ମହିଳାଙ୍କଠାରୁ ୫୨ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ନେଇ ଆସୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ସବିତା ନାୟକ। ତାଙ୍କ ଘର ହଳଦିଆ ଟାଙ୍ଗିରି ବୋଲି ଜଣାପଡ଼ିଛି। ସେ ବ୍ୟାଙ୍କ୍‌ରୁ ୫୨ ହଜାର ଟଙ୍କା ଉଠାଇ ବାହାରୁଥିବାବେଳେ ବାଇକରେ ୨ଜଣ ଦୁର୍ବୃତ୍ତ ଛଡାଇ ନେଇ ଚମ୍ପଟ ମାରିଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Share
Tags: kendujhar'