ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବ୍ୟବସାୟୀ ଗିରଫ

ସୋର, ୨୮ା୫(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମର ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସୋର ପୋଲିସ ରବିବାର ଜଣେ ବ୍ୟବସାୟୀ ଭଦ୍ରକରୁ ଗିରଫ କରିଛି। ଏହି ଗ୍ରାମର ସୁରେଶ ଗାୟନ୍‌ ଉକ୍ତ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ସଂପୃକ୍ତ ମହିଳା ସୋର ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ସୁରେଶ ଫେରାର ଥିବା ବେଳେ ଅଭିଯୋଗକାରିଣୀ ଆପୋଷ ସମାଧାନ ପାଇଁ ସୁରେଶଙ୍କୁ ଡକାଇଥିଲେ। ଏଥିରେ ବିଶ୍ୱାସ କରି ସେ ଭଦ୍ରକକୁ ଆସି ଦକ୍ଷିଣକାଳୀ ମନ୍ଦିର ପାଖରେ ଥିବା ଖବର ପାଇ ସାଦା ପୋଷାକରେ ଥିବା ସୋର ପୋଲି ଭଦ୍ରକ ପୋଲିସ ସହାୟତାରେ ଗିରଫ କରି କୋର୍ଟଚାଲାଣ କରିଛି।