ମହିଳାଙ୍କୁ ଅସଦାଚାରଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଶହୀଦନଗର ଥାନା ଅନ୍ତର୍ଗତ ଭିଏସଏସ ନଗର ଅଞ୍ଚଳରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭିଏସଏସ ନଗର ଅଞ୍ଚଳର ଜୀବନ ପଟ୍ଟନାୟକ ଓରଫ କାହ୍ନା (୨୩)। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ମହିଳା ଜଣକ ଛାତ ଉପରେ ଛିଡା ହୋଇଥିଲେ। ଏହି ସମୟରେ କାହ୍ନା ମହିଳାଙ୍କ ମୁହଁରେ ଏକ କପଡା ପକାଇ ତଣ୍ଟି ଚିପିବାକୁ ଉଦ୍ୟମ କରିବା ସହ ଅସଦାଚରଣ କରିଥିଲେ। ଏ ନେଇ ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୬୭୭/୧୯) ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିଥିଲା।

Share