Categories: ଜାତୀୟ

ମହିଳାଙ୍କୁ କେଜରିଓ୍ବାଲଙ୍କ ଭେଟି: ଆଜିଠାରୁ ମାଗଣା ଯାତ୍ରା

ନୂଆଦିଲ୍ଲୀ,୨୯।୧୦: ଦିଲ୍ଲୀର କେଜରିଓ୍ବାଲ ସରକାର ମହିଳାମାନଙ୍କୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି। ଏଣିକି ମହିଳାମାନେ ଦିଲ୍ଲୀର ଡିଟିସି ବସରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ରାତିରେ ଏନେଇ ନୋଟିଫିକେଶନ ଜାରି କରାଯାଇଥିଲା। ଆଉ ମଙ୍ଗଳବାର ସକାଳୁ ଏହା କାର୍ଯ୍ୟକାରୀ କରାଯାଇଛି। ଏସି ଓ ନନ୍‌ ଏସି ସବୁ ବସ୍‌ରେ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏଥିପାଇଁ Single Journey Free Travel Pass ମଧ୍ୟ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜ ଟୁଇଟର ଆକାଉଣ୍ଟରେ ଏହି ସୂଚନା ଦେବା ସହ ଏଭଳି ଐତିହାସିକ ନିଷ୍ପତ୍ତିକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ପରିବହନ ମନ୍ତ୍ରୀ କୈଳାଶ ଗେହେଲୋଟ ମଧ୍ୟ ଏହାକୁ ଏକ ଐତିହାସିକ ନିଷ୍ପତ୍ତି କହିବା ସହ ଦିଲ୍ଲୀର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share