Categories: ମେଟ୍ରୋ

ମହିଳାଙ୍କୁ ଗୋଡ଼େଇ ପିଟିବା ଘଟଣାରେ ୨ ଗିରଫ

ପୁରୁଣା ଭୁବନେଶ୍ୱର,୧୩।୩ (ଡି.ଏନ.ଏ.): ଜମି ସୀମା ବିବାଦକୁ ନେଇ ସୋମବାର ଲିଙ୍ଗରାଜ ଥାନା ଅଧୀନ ବିନ୍ଦୁସାଗର ରାସ୍ତାରେ ସବିତା ସେଠୀଙ୍କୁ କେତେଜଣ ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ହରଚଣ୍ଡୀ ସାହିର ପ୍ରକାଶ ମହାସୁଆର(୫୪) ଏବଂ ପଳାଶପଲ୍ଲୀ ଅଞ୍ଚଳର ପ୍ରଶାନ୍ତ ମହାପାତ୍ର(୩୪)। ପୋଲିସ ସୂଚନା ମୁତାବକ, ଏମାନଙ୍କ ସହ ୭ରୁ ଊର୍ଦ୍ଧ୍ୱ ଯୁବକ ମହିଳାଙ୍କୁ ଘଟଣା ଦିନ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ନଂ. ୪୫/୨୦ରେ ମାମଲା ରୁଜୁ କରିଥିଲା। ମାଡ ମାରିଥିବା ଅନ୍ୟମାନେ ଫେରାର ଅଛନ୍ତି। ଦୁଇଟି ସ୍ପେଶାଲ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶରତ ପାତ୍ର କହିଛନ୍ତି।

Share