Categories: ଅପରାଧ

ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ, ଠାକୁରଗଡ଼ ଥାନାରେ ମାମଲା ରୁଜୁ

ବଇଣ୍ଡା,୧୧।୬(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ତାବଡ଼ା ଗ୍ରାମର ମହିଳା ଫୁଲ ବେହେରାଙ୍କୁ ସେହିଗ୍ରାମର ଜମ୍ବେଶ୍ୱର ନାୟକ, ଯତୀନ ନାୟକ ଓ ଚାନ୍ଦି ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବା ମଙ୍ଗଳବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୫୦/୧୯ରେ ଏକ ମାମଲା ରୁଜୁ କରିଛି।

ପୋଲିସ କହିଛି, ଫୁଲଙ୍କର ଏକ ବେସରକାରୀ ଜମିରେ ଚାନ୍ଦିଙ୍କ ପରିବାର ଲୋକ ଜୋରଜବରଦସ୍ତ ଏକ ଘର ନିର୍ମାଣ କରିଥିଲେ। ଏହାକୁ ନେଇ ଫୁଲ ପ୍ରତିବାଦ କରିଥିଲେ। ହେଲେ ଏଥିରେ ଚାନ୍ଦି ଉତ୍‌କ୍ଷିପ୍ତ ହୋଇ ଗଣ୍ଡଗୋଳ କରିଥିଲେ। ପରେ ଜମ୍ବେଶ୍ୱର ଓ ଯତୀନ ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।