Categories: ଗଞ୍ଜାମ

ମହିଳାଙ୍କୁ ନିର୍ଯାତନା,ବଳାତ୍କାର ଅଭିଯୋଗ: ସ୍ବାମୀ, ଦିଅର ଗଲେ ଜେଲ

ଜଗନ୍ନାଥପ୍ରସାଦ,୨୬ା୯(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ବଳାତ୍କାର ଅଭିଯୋଗରେ ମଙ୍ଗଳବାର ପୋଲିସ ସ୍ବାମୀ, ଦିଅରଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଦିଅର ହେଲେ ବାପୁଜୀ ବେହେରା ଓ ସ୍ବାମୀ ସୂର୍ଯ୍ୟ ନାରାୟଣ ବେହେରା। ମହିଳାଙ୍କ ଏତାଲା ପ୍ରକାରେ, ୨ ବର୍ଷ ପୂର୍ବେ ସୂର୍ଯ୍ୟଙ୍କୁ ଦାବି ମୁତାବକ ଯୌତୁକ ଦିଆଯିବାପରେ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲେ। ବିବାହର ୬ ମାସ ପରେ ସ୍ବାମୀ ଓ ପରିବାର ଲୋକେ ମିଶି ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ନିର୍ଯାତନା ଦେଉଥିଲେ। ଏ ନେଇ ଗତ ମାର୍ଚ୍ଚ ୨୩ ତାରିଖରେ ମହିଳା ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର ମଧ୍ୟରେ ସମାଧାନ ହୋଇଥିଲା। ପୁଣି ସେପ୍ଟେମ୍ବର ୨୦ ତାରିଖରେ ଉକ୍ତ ମହିଳା ରାତିରେ ଏକୁଟିଆ ଶୋଇଥିବା ବେଳେ ଦିଅର ବାପୁଜୀ ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ବାମୀଙ୍କୁ ଯୌତୁକ ମାମଲା ଓ ଦିଅରଙ୍କୁ ବଳାତ୍କାର ମାମଲାରେ ଗିରଫ କରିଥିଲା।